ଶୁଣ୍ଠରେ ମଦ ପିଇବା ପାଇଁ ଚେଷ୍ଟା କରୁଛି ହାତୀ ଛୁଆ

ଶୁଣ୍ଠରେ ମଦ ପିଇବା ପାଇଁ ଚେଷ୍ଟା କରୁଛି ହାତୀ ଛୁଆ

pଚେନ୍ନାଇ: ମଦ ପିଇବା ପାଇଁ ଚେଷ୍ଟା କରୁଛି ହାତୀ ଛୁଆ ! ହଁ ଆଜ୍ଞା, ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଏକ ଘଟଣା ତାମିଲନାଡୁ ମୁଦୁମଲାଇ ଜଙ୍ଗଲରେ ପର୍ଯ୍ୟଟକଙ୍କ କ୍ୟାମେରା ଲେନ୍ସରେ କଏଦ ହୋଇଛି । ମୁଦୁମଲାଇ ଜଙ୍ଗଲରେ ଅନେକ ବନ୍ୟଜନ୍ତୁ ବସବାସ କରନ୍ତି । (ଯଥା- ହାତୀ, ଚିତାବାଘ, ଭାଲୁ, ହରିଣ ଏବଂ ବାଘ ଇତ୍ୟାଦି) । ସେମାନଙ୍କୁ ଦେଖିବା ପାଇଁ ପ୍ରତିଦିନ ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟେ । ହେଲେ ପର୍ଯ୍ୟଟକମାନେ ସାଙ୍ଗରେ ଆଣୁଥିବା ଖାଦ୍ୟ,ପାଣି ବୋତଲ ଏବଂ ମଦ ବୋତଲ ଇତ୍ୟାଦି ଜଙ୍ଗଲରେ ଫିଙ୍ଗୁଥିବା କାରଣରୁ ବନ୍ୟଜନ୍ତୁ କ୍ଷତି ଘଟାଉଛି ।ଜଙ୍ଗଲ ବିଭାଗ ରାସ୍ତା କଡ଼ରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବଂ କାଚ ବୋତଲ ଇତ୍ୟାଦି ସଫେଇ କରୁଥିଲେ ମଧ୍ୟ କେତେକ ପର୍ଯ୍ୟଟକ ଜଙ୍ଗଲ ଅଞ୍ଚଳରେ ନିଷିଦ୍ଧ ପ୍ଲାଷ୍ଟିକ ଏବଂ ମଦ ବୋତଲ ଫିଙ୍ଗି ଦିଅନ୍ତି । ଯାହା ଜଙ୍ଗଲୀ ପ୍ରାଣୀମାନଙ୍କ ମୃତ୍ୟୁର କାରଣ ହୋଇପାରେ ।ppଏହି ପରିସ୍ଥିତିରେ ମୁଦୁମଲାଇ ଜଙ୍ଗଲରେ ମାଆ ହାତୀ ସହିତ ବୁଲୁଥିବା ଏକ ହାତୀ ଛୁଆ ଗୋଟିଏ ଖାଲି ମଦ ବୋତଲ ଦେଖି ଶୁଣ୍ଠରେ ପିଇବା ପାଇଁ ଚେଷ୍ଟା କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ପର୍ଯ୍ୟଟକଙ୍କ କ୍ୟାମେରାରେ କଏଦ ହୋଇଥିବାବେଳେ ଭାଇରାଲ ହେବାରେ ଲାଗିଛି । ତେଣୁ ପରିବେଶବିତ୍ ତଥା ସାମାଜିକ କର୍ମୀମାନେ ଜଙ୍ଗଲ ବିଭାଗକୁ ଅନୁରୋଧ କରିଛନ୍ତି ଯେ ଜଙ୍ଗଲ ଅଞ୍ଚଳରେ ପର୍ଯ୍ୟଟକମାନେ ପକାଉଥିବା ପ୍ଲାଷ୍ଟିକ ଏବଂ କାଚ ବୋତଲଗୁଡିକୁ ସମ୍ପୂର୍ଣ୍ଣ ଅପସାରଣ ପାଇଁ ପଦକ୍ଷେପ ନିଆଯାଉ ।ppଏହା ମଧ୍ୟ ପଢନ୍ତୁ...ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା - ANGUL AIR POLLUTIONapp ଏହା ମଧ୍ୟ ପଢନ୍ତୁ...


User: ETVBHARAT

Views: 3

Uploaded: 2025-01-22

Duration: 01:54

Your Page Title