ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଛା

ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଛା

pପୁରୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75ତମ ଜନ୍ମ ଦିବସ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀର ନୀଳାଦ୍ରି ବିଚ୍‌ରେ ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲୁକା ପ୍ରତିକୃତି ନିର୍ମାଣ କରିଛନ୍ତି ସୁଦର୍ଶନ । pp5 ଫୁଟ ଉଚ୍ଚର ଏହି ବାଲୁକା କଳାରେ ପାଖାପାଖି 6 ଟନ ବାଲି ବ୍ୟବହା କରାଯାଇଥିବା ବେଳେ 750ଟି ପଦ୍ମ ଫୁଲକୁ ଏହି ଚିତ୍ରକଳାରେ ସ୍ଥାନ ଦିଆଯାଇଛି । ଏଥି ସହିତ ଏହି ବାଲୁକା ଚିତ୍ରକଳାରେ 'ଭାରତ କି ଉଡାନ ମୋଦି କେ ସାଥ'ର ବାର୍ତ୍ତା ରହିଛି । ଯାହାକି ବାଲୁକା ଚିତ୍ରକଳାକୁ ବହୁତ୍ ଆକର୍ଷଣୀୟ କରିଛି । ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଯୋଗୁ ବିଗତ ଏକ ଦଶନ୍ଧିରେ ଭାରତ ପ୍ରଗତି ପଥରେ ଆଗେଇ ଚାଲିଛି । ଭିତ୍ତିଭୂମି, ଡିଜିଟାଲ ଭିତ୍ତିଭୂମି, ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି, ଅକ୍ଷୟ ଶକ୍ତି, ପ୍ରତିରକ୍ଷା ଏବଂ ମହାକାଶ ଗବେଷଣାରେ ଭାରତର ପ୍ରଗତି ବାର୍ତ୍ତା ଏହି ବାଲୁକା ଚିତ୍ରକଳାରେ ରହିଛି । ppଏହା ମଧ୍ୟ ପଢ଼ନ୍ତୁ..


User: ETVBHARAT

Views: 4

Uploaded: 2025-09-17

Duration: 03:29

Your Page Title