ରାସ୍ତାରେ ପିଇଲେ ପଇଡ଼, ଶ୍ରୀଧରଙ୍କ ସହ ହେଲେ ସୁଖଦୁଃଖ ହେଲେ ମୋହନ

ରାସ୍ତାରେ ପିଇଲେ ପଇଡ଼, ଶ୍ରୀଧରଙ୍କ ସହ ହେଲେ ସୁଖଦୁଃଖ ହେଲେ ମୋହନ

pପୁରୀ: ରାସ୍ତାରେ ଅଟକି ପିଇଲେ ପଇଡ଼, ଲୋକଙ୍କ ସହ ହେଲେ ସୁଃଖ ଦୁଃଖ । ଆଜି (ସୋମବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଯିବା ବାଟରେ ସତ୍ୟବାଦୀ ନିକଟରେ ଜଣେ ସାଧାରଣ ଲୋକଙ୍କ ଭଳି ପଇଡ଼ ପିଇଛନ୍ତି ।ଏହାସହ ପଇଡ଼ ବିକ୍ରେତା ଶ୍ରୀଧରଙ୍କ ସହ ମଧ୍ୟ ଭଲ ମନ୍ଦ ପଚାରି ବୁଝିଛନ୍ତି । ଲୋକଙ୍କ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସହିତ ମିଶିବା,ଦୁଃଖ ସୁଖ ହେବା ଓ ସେମାନଙ୍କ ସମସ୍ୟା ଶୁଣିବାକୁ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି ।ppଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ପୁରୀ ଯିବା ବାଟରେ କାଦୁଆ ଠାରେ ଅଟକି ଜଣେ ପଇଡ ବିକ୍ରେତା ଠାରୁ ପଇଡ଼ କିଣି ପିଇଥିଲେ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହିତ ଦୁଃଖ ସୁଖ ହୋଇଥିଲେ । କିଭଳି ବ୍ୟବସାୟ ଚାଲିଛି ? କେତେ ବର୍ଷ ଧରି ବ୍ୟବସାୟ କଲେଣି ? ଓ ସରକାରୀ ସୁବିଧା ପାଉଛନ୍ତି କି ନାହିଁ ? ସେ ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାଧାରଣ ଗ୍ରାହକ ହିସାବରେ ନିକଟରେ ପାଇ ଶ୍ରୀଧର ଖୁସିରେ ବିଭୋର ହୋଇଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ସହୃଦୟତା ପୂର୍ଣ୍ଣ ବ୍ୟବହାର ଶ୍ରୀଧର ଓ ଉପସ୍ଥିତ ଜନସାଧାରଣଙ୍କ ମନରେ ଖୁସି ଓ ଆନନ୍ଦ ଆଣିଥିଲା ।ppଏହା ମଧ୍ୟ ପଢନ୍ତୁ...କାର୍ତ୍ତିକ ପାଇଁ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼, ନାଟ ମଣ୍ଡପ ଭିତରେ ଠେଲାପେଲା ସ୍ଥିତିappଏହା ମଧ୍ୟ ପଢନ୍ତୁ...


User: ETVBHARAT

Views: 7

Uploaded: 2025-10-13

Duration: 02:49

Your Page Title