1000 ଦୀପରେ ବାଲୁକା କଳା, ଦୀପାବଳି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

1000 ଦୀପରେ ବାଲୁକା କଳା, ଦୀପାବଳି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

pDiwali 2025: ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଜଳିବ ଦୀପ, ସନ୍ଧ୍ୟା ସମୟରେ ବାଣ ଫୁଟାଇ ଉତ୍ସବ ପାଳନ କରିବେ ଲୋକେ । ଦୀପାବଳିକୁ ନେଇ ପୁରପଲ୍ଲୀ ସବୁ ଉତ୍ସବମୁଖର । ଏହି ଅବସରରେ ବାଲୁକା ଚିତ୍ରକଳାରେ ଦେଶବାସୀଙ୍କୁ ଦୀପାବଳି ପର୍ବ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।ppଦୀପାବଳି ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ସାରା ଦେଶରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସବୁ ଆଡ଼େ ଆଲୋକର ପର୍ବ ଦୀପାବଳିକୁ ନେଇ ଖୁସି ଓ ଉତ୍ସାହର ମାହୋଲ୍ । ଏହି ଅବସରରେ ବାଲୁକା ଚିତ୍ରକଳାରେ ପବିତ୍ର ଦୀପାବଳି ଉତ୍ସବର ଶୁଭେଚ୍ଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ମା’ କାଳୀଙ୍କ ଏକ ବିଶାଳ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି । ଯେଉଁଥିରେ 1000ରୁ ଊର୍ଦ୍ଧ୍ବ ଦୀପ ଓ 6 ଟନ ବାଲି ବ୍ୟବହାର କରାଯାଇଛି । ଦୀପ ଗୁଡିକ ଅତି ସୁନ୍ଦର ଭାବେ ସଜ୍ଜିତ କରାଯାଇଥିବା ବେଳେ ଲେଖାଯାଇଛି ‘Let Us Rise With Strength Atma Nirbhar Bharat' । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମ ନିର୍ଭର ଭାରତ ଆହ୍ବାନକୁ ସଫଳ କରିବାକୁ ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି । ସେପଟେ ଏହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି ।ppଏହା ମଧ୍ୟ ପଢନ୍ତୁ:p‘ଆଲୋକର ପର୍ବ’ ଉତ୍ସବ ମୁଖର ପୁରପଲ୍ଲୀ, ଦୀପାବଳି ପାଳନ ବେଳେ ମାନନ୍ତୁ ଏସବୁ ସତର୍କତାaପୂଜାମଣ୍ଡପରେ କାହିଁକି ପୂଜା ପାଆନ୍ତି ଛିନ୍ନମସ୍ତା କାଳୀ ? କାହିଁକି ମା' ନିଜ ମସ୍ତକ ଛେଦନ କରିଥିଲେ !aପରିବେଶ ଅନୁକୂଳ ଦୀପାବଳି ପାଳନ ପାଇଁ ରାଷ୍ଟ୍ରପତି ମୁର୍ମୁଙ୍କ ଆହ୍ୱାନ, ମୋଦି କହିଲେ ଭାରତୀୟ ଉତ୍ପାଦ କିଣନ୍ତୁapଇଟିଭି ଭାରତ, ପୁରୀp


User: ETVBHARAT

Views: 2

Uploaded: 2025-10-20

Duration: 02:00

Your Page Title