ରେଙ୍ଗାଲିରେ ଟ୍ରେନ ଦୁର୍ଘଟଣାର ଭ୍ରମ ସୃଷ୍ଟି କଲା ମକ୍ ଡ୍ରିଲ

ରେଙ୍ଗାଲିରେ ଟ୍ରେନ ଦୁର୍ଘଟଣାର ଭ୍ରମ ସୃଷ୍ଟି କଲା ମକ୍ ଡ୍ରିଲ

pସମ୍ବଲପୁର: ଜିଲ୍ଲାର ରେଙ୍ଗାଲି ଷ୍ଟେସନଠାରେ ରେଳ ବିଭାଗ ପକ୍ଷରୁ ମକ ଡ୍ରିଲ କରାଯାଇଛି l ଦୁର୍ଭାଗ୍ୟବଶତଃ କୌଣସି ଦୁର୍ଘଟଣା ଘଟିଲେ ରେଳ ବିଭାଗ ଅନ୍ୟ ବିଭାଗ ମାନଙ୍କ ସହ ସମନ୍ୱୟ ରକ୍ଷା କରି କିପରି ଉଦ୍ଧାର କାର୍ଯ୍ୟ କରାଯିବ ସେନେଇ ଆଜି (ବୁଧବାର) ଏହି ମକ ଡ୍ରିଲ କରାଯାଇଛି l ଏହି ମକ ଡ୍ରିଲରେ ରେଳବାଇ ସହ, NDRF, SDRF, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଟିମ ସାମିଲ ହୋଇଥିଲେ ।ppଏନେଇ ସମ୍ବଲପୁର DRM ସୁବାଷ ଚନ୍ଦ୍ର ଚୌଧୁରୀ କହିଛନ୍ତି," କୌଣସି ଅଘଟଣର ମୁକାବିଲା କିପରି ତତ୍ପରତାର ସହ କରାଯାଇ ପାରିବ ସେନେଇ ଏହି ମକ ଡ୍ରିଲ କରାଯାଇଛି l ଏଥିରେ ରେଳବାଇ, NDRF, SDRF ଓ ଜିଲ୍ଲା ପ୍ରଶାସନର ଟିମ ସାମିଲ ହୋଇଛନ୍ତି l ଏହି ମକ୍ ଡ୍ରିଲର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସବୁ ବିଭାଗର ସମନ୍ୱୟ କିପରି ରହୁଛି ତାହାକୁ ପରଖିବା l"ppଏହାମଧ୍ୟ ପଢନ୍ତୁ...


User: ETVBHARAT

Views: 6

Uploaded: 2025-11-19

Duration: 02:20