କଳାହାଣ୍ଡିରେ ପ୍ରଥମ ତୁଷାରପାତ, ଥରୁଛି ସମଗ୍ର ଜିଲ୍ଲା

କଳାହାଣ୍ଡିରେ ପ୍ରଥମ ତୁଷାରପାତ, ଥରୁଛି ସମଗ୍ର ଜିଲ୍ଲା

pଭବାନୀପାଟଣା: ରାଜ୍ୟରେ ଧୀରେ ଧୀରେ ବୃଦ୍ଧି ପାଉଛି ଶୀତ ଲହରି । ଶୀତର ସ୍ପର୍ଶରେ ପୁଲକ୍କିତ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ । ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡ଼ିର ଘନ ଆସ୍ତରଣ ବଦଳେଇ ଦେଇଛି କଳାହାଣ୍ଡିର ରୂପ ଲାବଣ୍ୟ । ଘାସ ଗାଲିଚା ଓ ଫୁଲରେ ପଡ଼ିଛି କାକର ବୁନ୍ଦା । ବୁନ୍ଦା ବୁନ୍ଦା ମୁକ୍ତା ରୂପକ କାକର ବିନ୍ଦୁରେ ଚମକୁଛି ପ୍ରକୃତିରାଣୀ ।ସକାଳ ହେଉ ବା ସନ୍ଧ୍ୟା ମଞ୍ଜଥରା ଜାଡ ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ସେପଟେ ଶୀତୁଆ ସକାଳ ଓ କଅଁଳ ଖରାର ତାତିକୁ ଉପଭୋଗ କରୁଛନ୍ତି ଲୋକେ । ଏହାରି ଭିତରେ ଆଦିବାସୀ ଅଧ୍ୟୁଷିତ ବଣ, ପାହାଡ ଘେରା ଥୁଆମୂଳ ରାମପୁର ଅଞ୍ଚଳରେ ଦେଖିବାକୁ ମିଳିଛି ପ୍ରଥମ ତୁଷାରପାତ । ବିଭିନ୍ନ ସ୍ଥାନରେ ବରଫର ଏକ ପତଳା ଆସ୍ତରଣ ପଡ଼ିଥିବା ଦେଖିବାକୁ ମିଳିଛି ।ppଏନେଇ ଥୁଆମୂଳ ରାମପୁର ବାସିନ୍ଦା କୈଳାଶ ଛତ୍ରିଆ କହିଛନ୍ତି," ଚଳିତବର୍ଷ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ଶୀତ ଅନୁଭବ ହେଉଛି । ବିଶେଷ କରି ଥୁଆମୂଳ ରାମପୁର ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହୋଉଥିବା ବେଳେ ଦେଖିବାକୁ ମିଳିଛି ଚଳିତ ବର୍ଷର ପ୍ରଥମ ତୁଷାରପାତ । ଆଜି ୪ରୁ ୫ ଡିଗ୍ରୀ ତାପମାତ୍ରା ରହିଛି । ପ୍ରବଳ ଥଣ୍ଡା ହେଉଛି ଘରୁ ବାହାରିବା ମୁସ୍କିଲ ହୋଇ ପଡ଼ିଛି ।"br ppଏହା ମଧ୍ୟ ପଢନ୍ତୁ... ତଳ ମୁହାଁ ପାରଦ; ବଢୁଛି ଶୀତ, ଆହୁରି 2 ଦିନ ଥରିବ ସାରା ରାଜ୍ୟ, 3 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂappଏହା ମଧ୍ୟ ପଢନ୍ତୁ...


User: ETVBHARAT

Views: 29

Uploaded: 2025-12-13

Duration: 01:05