Vande Utkal Janani (ବନ୍ଦେ ଉତ୍କଳ ଜନନୀ ) -ETV Oriya

Vande Utkal Janani (ବନ୍ଦେ ଉତ୍କଳ ଜନନୀ ) -ETV Oriya

State song Of Odisha .br ବନ୍ଦେ ଉତ୍କଳ ଜନନୀbr ଚାରୁହାସମୟୀ ଚାରୁ ଭାଷମୟୀ, ଜନନୀ, ଜନନୀ, ଜନନୀ।br ପୂତ-ପୟୋଧି-ବିଧୋତ-ଶରୀରା,br ତାଳତମାଲ-ସୁଶୋଭିତ-ତୀରା,br ଶୁଭ୍ରତଟିନୀକୂଳ-ଶୀକର-ସମୀରାbr br ଜନନୀ, ଜନନୀ, ଜନନୀ।br br ଧନ ବନଭୂମି ରାଜିତ ଅଙ୍ଗେ,br ନୀଳ ଭୂଧରମାଳା ସାଜେ ତବରଙ୍ଗେ,br କଳ କଳ ମୁଖରିତ ଚାରୁ ବିହଙ୍ଗେ,br br ଜନନୀ, ଜନନୀ, ଜନନୀ।br br ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ରା,br ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,br ଯୋଗୀଋଷିଗଣ-ଊଟଜ-ପବିତ୍ରାbr br ଜନନୀ, ଜନନୀ, ଜନନୀ।br br ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,br ଚାରୁକଳାବଳି-ଶୋଭିତ-ବେଶା,br ପୁଣ୍ୟ ତୀର୍ଥଚୟ-ପୂର୍ଣ୍ଣ-ପ୍ରଦେଶାbr br ଜନନୀ, ଜନନୀ, ଜନନୀ।br br ଉତ୍କଳ ସୁରବର-ଦର୍ପିତ-ଗେହା,br ଅରିକୂଳ-ଶୋଣିତ-ଚର୍ଚ୍ଚିତ-ଦେହା,br ବିଶ୍ବଭୂମଣ୍ଡଳ-କୃତବର-ସ୍ନେହାbr br ଜନନୀ, ଜନନୀ, ଜନନୀ।br br କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,br ଭୁବନବିଘୋଷିତ-କୀର୍ତ୍ତିଅନିନ୍ଦ୍ୟା,br ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେbr br ଜନନୀ, ଜନନୀ, ଜନନୀ।br br -- କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରbr br Derived from ETV-Oriya ,Edited and uploaded Deepak Basti , Automobile Engg , Saudiarab,Riyadh.


User: deepak basti

Views: 156

Uploaded: 2011-05-10

Duration: 06:08

Your Page Title